ଭୁବନେଶ୍ୱର ବିଜୁ ପଟନାୟକ ବିମାନବନ୍ଦରରେ ଜବତ ହୋଇଛି ୪ କୋଟି ଟଙ୍କା ର ହାଇଡ୍ରୋପୋନିକ ଉଇଡ଼ । ବ୍ୟାଙ୍କକରୁ ଭୁବନେଶ୍ୱର କୁ ଆଣୁଥିବାବେଳେ ଲଗେଜ ବ୍ୟାଗରେ ଧରାପଡିଲା ଉଇଡ଼ । ସକାଳ ସାଢ଼େ ୫ଟା ଇଣ୍ଡିଗୋ ଫ୍ଲାଇଟରେ ଆଣୁଥିଲେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ । ୨ ଜଣ ତାମିଲ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି । ଡିଆରଆଇ ଓ କଷ୍ଟମ ବିଭାଗର ମିଳିତ ଅପରେସନ ବେଳେ ମିଳିଛି ୧୧ କିଲୋ ହାଇଡ୍ରୋପୋନିକ ଉଇଡ଼ । ଯାହାର ବଜାର ମୂଲ୍ୟ କିଲୋ ପ୍ରତି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା