ଭୁବନେଶ୍ୱରରେ 7ମ ରାଜ୍ୟ NCORD ସଭାରେ ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ ଅଂଶୀଦାରଙ୍କୁ ସମନ୍ୱିତ ପ୍ରୟାସ ମାଧ୍ୟମରେ ମାଦକ ମୁକ୍ତ ଓଡିଶା ଗଠନରେ ଆହ୍ୱାନ କରିଛନ୍ତି। ସଭାରେ ମାଦକ ଚୋରାଚାଲାନ ରୋକ, ଜିଲ୍ଲା ସ୍ତରରେ ସମନ୍ୱୟ, ସଚେତନତା ଅଭିଯାନ ବୃଦ୍ଧି ପ୍ରଧାନ ଭାବେ ଉଲ୍ଲେଖିତ ହୋଇଥିଲା। 2024-26 ମଧ୍ୟରେ STF 513 ମେଟ୍ରିକ୍ ଟନ୍ ଗାଞ୍ଜି, 33 କିଲୋଗ୍ରାମ୍ ବ୍ରାଉନ୍ ସୁଗର୍ ଓ 2 ଲକ୍ଷ କୋଡିନ୍ ସିରାପ୍ ବୋତଲ୍ ଜବତ କରିଥିଲା। 69,470 ଏକର୍ ଅବୈଧ ଗାଞ୍ଜି ଚାଷ ଧ୍ୱଂସ କରାଯାଇଥିଲା। ଆନ୍ଧ୍ର-ଓଡିଶା ସୀମାରେ 7 ଜଣ ଚୋରାଚାଲାନକାରୀଙ୍କୁ 230 କୋଟି ମୂଲ୍ୟର ମାଦକ ସହିତ ଗିରଫ କରାଯାଇଥିଲା। ସଭାରେ ସଚେତନତା, ବିକଳ୍ପ କୃଷି, ଯୁବ ସମାଜକୁ ମାଦକରୁ ଦୂରେଇବା ପାଇଁ ପ୍ରଚାର-ପ୍ରସାର ବୃଦ୍ଧିରେ ଜୋର୍ ଦିଆଯାଇଥିଲା।