ଓଡ଼ିଶାର ଅର୍ଥନୈତିକ ବିକାଶରେ ମହିଳାଙ୍କ ଭୂମିକା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନରେ ଦେଶ ଭରି ମହିଳା ନେତୃତ୍ୱ ଧାରୀ MSME ଗଠନ ଓ ସଫଳତାର ଦିଗରେ ଗତି କରୁଛନ୍ତି, ଓଡ଼ିଶା ମଧ୍ୟ ଏହି ଯାତ୍ରାରେ ଅଗ୍ରଣୀ ଭୂମିକା ନେବା ଆବଶ୍ୟକ।ନାରୀ ଉଦ୍ୟମୀମାନେ ନୂତନ ବ୍ୟବସାୟ ଆରମ୍ଭ କରି ଅନ୍ୟ ମହିଳାଙ୍କୁ ଓ ଯୁବମାନଙ୍କୁ ରୋଜଗାର ଦେଉଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ରିନ୍ ସୁବିଧା, ଶିଳ୍ପ ନୀତି, ଓ ଇନକ୍ୟୁବେସନ୍ ସେଣ୍ଟରଗୁଡ଼ିକ ଏହି ଉଦ୍ୟମକୁ ଅଧିକ ସମର୍ଥନ ଦେଇପାରିବ। ଓଡ଼ିଶା ଦେଶରେ ନାରୀ-ନିୟୋଜିତ MSME ରେ ଅଗ୍ରଣୀ ରାଜ୍ୟ ହେବା ପାଇଁ ଅବସର ରହିଛି। ଏହିଥିରେ ଶିକ୍ଷା, ପ୍ରଶିକ୍ଷଣ, ଆର୍ଥିକ ସୁବିଧା ଓ ବିପଣନ ସମର୍ଥନ ଦେଖିବାକୁ ହେବ। ଯଦି ନୀତିଗତ ଭାବରେ ସଠିକ୍ ପଦକ୍ଷେପ ଗ୍ରହଣ କରାଯାଏ, ଓଡ଼ିଶା ବର୍ତ୍ତମାନ ଓ ଭବିଷ୍ୟତରେ ମହିଳା ନେତୃତ୍ୱ ଧାରୀ ବ୍ୟବସାୟର ହବକେନ୍ଦ୍ର ହେଇପାରିବ।