CBSE OSM ସିଷ୍ଟମ୍ ଅଧୀନରେ Class XII ଛାତ୍ରଛାତ୍ରୀମାନେ ଉତ୍ତରପତ୍ର ପୁନର୍ମୂଲ୍ୟାୟନ ସମୟରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ବୋର୍ଡ ଦ୍ୱାରା ଅପଲୋଡ୍ କରାଯାଇଥିବା ସ୍କାନ୍ କପି ସେମାନଙ୍କ ହସ୍ତାକ୍ଷର ସହିତ ମେଳ ଖାଇନାହିଁ। ଦିଲ୍ଲୀର ଛାତ୍ର ୱେଦାନ୍ତଙ୍କ ଫିଜିକ୍ସ ଉତ୍ତରପତ୍ର ନିଜର ନୁହେଁ ବୋଲି ସୋସିଆଲ୍ ମିଡିଆରେ ଭାଇରାଲ୍ ପୋଷ୍ଟ କରିଥିବା ପରେ ବିଷୟଟି ଚର୍ଚ୍ଚାରେ ଆସିଛି। CBSE ସୂତ୍ରମାନେ ଏହି ମାମଲାକୁ “ଟପ୍ ପ୍ରାୟୋରିଟି” ଭାବରେ ନେଇଥିବା କହିଛନ୍ତି। ସୋସିଆଲ୍ ମିଡିଆରେ ଅନେକ ଛାତ୍ରଛାତ୍ରୀଙ୍କ ଇମେଲ୍ ସ୍କ୍ରିନ୍ଶଟ୍ ଭାଗ ହୋଇଛି, ଯେଉଁଥିରେ CBSE ଅଧିକାରୀମାନେ ସମସ୍ୟାକୁ ସ୍ୱୀକାର କରିଥିବା ଦେଖାଯାଉଛି। ରାହୁଲ୍ ଗାନ୍ଧୀ ମଧ୍ୟ CBSE ଉପରେ ପ୍ରଶ୍ନ ଉଠାଇଛନ୍ତି