ବିହାରର ଯୁବ କ୍ରିକେଟ୍ ତାରକା ବୈଭବ ସୂର୍ଯ୍ୟବଂଶୀ ଙ୍କ ଅସାଧାରଣ IPL ପ୍ରଦର୍ଶନ ପରେ ଏବେ ବିହାରକୁ ନିଜସ୍ୱ IPL ଫ୍ରାଞ୍ଚାଇଜି ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। ୱେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗରୱାଲ ସୋସିଆଲ୍ ମିଡିଆରେ କହିଛନ୍ତି ଯେ ବିହାରରେ ବହୁତ କ୍ରିକେଟ୍ ପ୍ରତିଭା ରହିଛି ଏବଂ ରାଜ୍ୟଟି ନିଜର IPL ପରିଚୟ ପାଇବା ଯୋଗ୍ୟ। ସେ ବୈଭବ ସୂର୍ଯ୍ୟବଂଶୀ ଓଈଶାନ କିଷାନ ଙ୍କ ଉଦାହରଣ ଦେଇ କହିଛନ୍ତି ଯେ ବିହାର ଦୁନିଆର ସର୍ବଶ୍ରେଷ୍ଠ ଟିମ୍ ତିଆରି କରିପାରିବ। ବର୍ତ୍ତମାନ ବୈଭବ IPL 2026 ରେ ଧମାକେଦାର ବ୍ୟାଟିଂ ଦ୍ୱାରା ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି। ଅନିଲ ଅଗରୱାଲଙ୍କ ଏହି ପ୍ରସ୍ତାବ ପରେ ବିହାରର କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି ହୋଇଛି।