ପଞ୍ଜାବ କିଙ୍ଗସ୍‌ (PBKS) IPL 2026ରୁ ବାହାରିବା ପରେ ଭାରତୀୟ ତେଜ ବୋଲର Arshdeep Singh ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଲଗାତାର ଆଲୋଚନା ଓ ଟ୍ରୋଲିଂ ପରେ ସେ ନିଜ Instagram ଆକାଉଣ୍ଟରୁ ୨୦୦ରୁ ଅଧିକ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି। ଏଥିରେ ବିରାଟ କୋହଲିଙ୍କ ସହ ଥିବା ଏକ ଭାଇରାଲ୍ ପୋଷ୍ଟ ମଧ୍ୟ ଥିଲା। IPL ସମୟରେ ଅର୍ଶଦୀପଙ୍କ କିଛି ଭିଡିଓ ଓ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିଶେଷକରି ସହଖେଳାଳିଙ୍କ ସହ ଭାଇରାଲ୍ ଭିଡିଓ ପରେ ସେ ନେଟିଜେନ୍‌ଙ୍କ ରୋଷରେ ପଡ଼ିଥିଲେ। ଏହି ପଦକ୍ଷେପକୁ ତାଙ୍କର “ସୋସିଆଲ ମିଡିଆ ରିସେଟ୍” ବୋଲି କୁହାଯାଉଛି।