କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ୍‌ରେ ଏଫଏଓ ଇଣ୍ଟର କ୍ଲବ୍ ଫୁଟସାଲ୍ ଚ୍ୟାମ୍ପିଅନଶିପ୍‌ର ଶୁଭାରମ୍ଭ ହୋଇଛି। ପାଞ୍ଚଦିନିଆ ଏହି ପ୍ରତିଯୋଗିତାରେ ୯ଟି ଦଳ ଯୋଗଦେଇଛି। ପ୍ରଥମ ଦିନରେ ୪ଟି ରୋମାଞ୍ଚକ ମ୍ୟାଚ୍ ହୋଇଥିଲା। ଯୁବ ଉତ୍କଳ କ୍ଲବ୍ ୭-୧ ରେ ବିଦାନସୀ କ୍ଲବ୍‌କୁ ପରାସ୍ତ କଲା, ଜୁନିଅର୍ ଗ୍ୟାଲାଣ୍ଟ କ୍ଲବ୍ ୭-୬ ରେ କିଶୋର କ୍ଲବ୍‌କୁ ହରାଇଲା। ଓଜିପି କ୍ଲବ୍ ୪-୧ ରେ ଉଦୟ କ୍ଲବ୍‌କୁ ପରାଜିତ କଲା ଓ ଓଡିଶା ଦଳ ୪-୧ ରେ ସନସାଇନ୍ କ୍ଲବ୍‌କୁ ହରାଇଲା। ଉଦ୍‌ଘାଟନୀ ଅବସରରେ ଏଫଏଓ ଉପାଧ୍ୟକ୍ଷ ବିରେନ୍ଦ୍ର କୁମାର ବେହେରା, ବରିଷ୍ଠ କୋଚ୍ ଗଙ୍ଗାଧର ବେହେରା, ପୂର୍ବତନ ଖେଳାଳି ଦୁର୍ଗା ସେଠୀ, ସଦସ୍ୟ ମନୁତା ନାୟକ ଓ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ