ମୋହନଲାଲଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ମଲୟାଳମ୍ ଚଳଚ୍ଚିତ୍ର ‘ଦୃଶ୍ୟମ୍ ୩’ ରିଲିଜ୍ ପୂର୍ବରୁ ହିଁ ବକ୍ସ ଅଫିସରେ ନୂଆ ଇତିହାସ ଲେଖୁଛି। କେରଳରେ ଏହି ସିନେମାର ଆଡଭାନ୍ସ ବୁକିଂ ଜୋରଦାର ଚାଲିଥିବାବେଳେ ଟିକେଟ୍ ହଟକେକ୍ ପରି ବିକ୍ରି ହେଉଛି। ରିପୋର୍ଟ ଅନୁସାରେ, ଫିଲ୍ମଟି ମୁକ୍ତି ପୂର୍ବରୁ ବିଶ୍ୱବ୍ୟାପୀ ଭାବେ ୨୦ କୋଟି ଟଙ୍କାରୁ ଅଧିକ ପ୍ରି-ସେଲ୍ସ କରିସାରିଛି। କେବଳ କେରଳରେ ହିଁ ୫ କୋଟି ଟଙ୍କାରୁ ଅଧିକ ଆଡଭାନ୍ସ ବୁକିଂ ହୋଇଛି। ଏର୍ଣ୍ଣାକୁଲମ୍, କଣ୍ଣୁର ଓ କୋଝିକୋଡ଼ ଭଳି ଅଞ୍ଚଳରେ ଦର୍ଶକଙ୍କ ଉତ୍ସାହ ଅଧିକ ଦେଖାଯାଇଛି। ଜୀତୁ ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଥ୍ରିଲର୍ ଚଳଚ୍ଚିତ୍ର ମଲୟାଳମ୍ ସିନେମାର ସର୍ବବୃହତ ଓପେନିଂ ମଧ୍ୟରୁ ଗୋଟିଏ ହେବ ବୋଲି ଅନୁମାନ କରାଯାଉଛି।