ଦକ୍ଷିଣ ଭାରତୀୟ ସୁପରଷ୍ଟାର Jr NTRଙ୍କ ଅପକମିଂ ଫିଲ୍ମ ‘God of War’କୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ପ୍ରୋଡ୍ୟୁସର Naga Vamsi ସୋସିଆଲ ମିଡିଆରେ “See You On Sets Very Soon Anna” ଲେଖି ଫ୍ୟାନମାନଙ୍କ ଉତ୍ସାହ ବଢ଼ାଇଦେଇଛନ୍ତି। ଏହି ପୋଷ୍ଟ ପରେ ଫିଲ୍ମଟି ଶୀଘ୍ର ଫ୍ଲୋରକୁ ଯିବ ବୋଲି ଚର୍ଚ୍ଚା ଜୋର ଧରିଛି। ଖବର ଅନୁଯାୟୀ, ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା କରିବେ Trivikram Srinivas। ଏହା ଏକ ପୌରାଣିକ ଭିତ୍ତିକ ବଡ଼ ବଜେଟ୍ ପ୍ରକଳ୍ପ ହେବାର ସମ୍ଭାବନା ରହିଛି। Jr NTRଙ୍କ ଜନ୍ମଦିନ ଅବସରରେ ଏହି ଅପଡେଟ୍ ଆସିଥିବାରୁ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି।