ଅଭିନେତ୍ରୀ ରାଶି ଖାନ୍ନା ନେଗେଟିଭ୍‌ ଭାବନାକୁ ଦୂର କରିବା ପାଇଁ ଫିଟନେସ୍‌କୁ ଥେରାପି ବୋଲି ମନେ କରନ୍ତି। ସେ କହିଛନ୍ତି, ବ୍ୟାୟାମ କେବଳ ଶାରୀରିକ ନୁହେଁ, ମାନସିକ ଭାବରେ ମଧ୍ୟ ତାଙ୍କ ଜୀବନକୁ ପରିବର୍ତ୍ତନ କରିଛି। ଏହା ତାଙ୍କୁ ସକାରାତ୍ମକ ଭାବନା, ଆତ୍ମବିଶ୍ୱାସ ଓ ନୂତନ ଦୃଷ୍ଟିକୋଣ ଦେଇଛି। ରାଶି ମହିଳାମାନଙ୍କୁ ସ୍ୱୟଂ-ସୁଧାରଣ ଓ ସକାରାତ୍ମକତାରେ ଧ୍ୟାନ ଦେବାକୁ ପ୍ରେରିତ କରନ୍ତି। ସେ କହିଛନ୍ତି, “କାମ କରିବା, ବ୍ୟାୟାମ କରିବା ମୋ ପାଇଁ ଥେରାପି ସମାନ।” ତାଙ୍କ ଆଗାମୀ କାର୍ଯ୍ୟରେ Farzi ସିରିଜ୍‌ରେ ଶାହିଦ୍ କପୁର ଓ ବିଜୟ ସେଥୁପତିଙ୍କ ସହିତ ଅଭିନୟ କରିବେ