ଅଭିନେତ୍ରୀ ଶିଲ୍ପା ଶେଟ୍ଟି କୁନ୍ଦ୍ରା ପରିବେଶ ସୁରକ୍ଷା ଓ ଜଳବାୟୁ ଦାୟିତ୍ୱ ବିଷୟରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟ କେବଳ ବ୍ୟକ୍ତିଗତ ଫିଟନେସ୍ରେ ସୀମିତ ନୁହେଁ, ପୃଥିବୀର ସ୍ୱାସ୍ଥ୍ୟ ସହିତ ଗଭୀର ସମ୍ପର୍କିତ। ପରିବେଶ ସୁସ୍ଥ ହେଲେ ମାନବ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହେ। ସେ ଲୋକମାନଙ୍କୁ ପ୍ରକୃତି ସୁରକ୍ଷା ପାଇଁ ସଚେତନ ହେବା, ପରିବେଶ-ମିତ୍ରଜୀବନଶୈଳୀ ଅନୁସରଣ କରିବା ଓ ଶିଶୁମାନଙ୍କୁ ପୃଥିବୀକୁ ଭଲପାଇବା ଶିଖାଇବାକୁ ପ୍ରେରିତ କରିଛନ୍ତି। ସେ କହିଛନ୍ତି, ପ୍ରକୃତି ସହିତ ସମ୍ପର୍କ ପୁନର୍ଥାପନ କରିବା ଆବଶ୍ୟକ। ଭାରତୀୟ ବେଦିକ ପରମ୍ପରାରେ ପ୍ରକୃତି ସହିତ ସମନ୍ୱୟର ଉଲ୍ଲେଖ ଥିବାକୁ ସେ ଉଦ୍ଧୃତ କରିଛନ୍ତି