ଦକ୍ଷିଣ ଭାରତୀୟ ସିନେମାର ଦିଗଗଜ ଅଭିନେତା Kamal Haasan ପୁଣିଥରେ ନିଜ ସରଳ ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ‘କଲ୍କି ୨’ ଶୁଟିଂ ପାଇଁ ହାଇଦ୍ରାବାଦ ଯିବା ସମୟରେ ସେ ଚାର୍ଟାର୍ଡ ବିମାନ ବଦଳରେ ସାଧାରଣ ଇକୋନୋମି କ୍ଲାସ ବିମାନରେ ଯାତ୍ରା କରିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି। ‘କଲ୍କି ୨’ ନିର୍ମାତା ସଂସ୍ଥା ମଧ୍ୟ କମଲଙ୍କ ଏହି ସରଳତା ଓ ଦାୟିତ୍ୱବୋଧକୁ ପ୍ରଶଂସା କରିଛି। ଚଳଚ୍ଚିତ୍ର ଜଗତରେ ବଢୁଥିବା ଖର୍ଚ୍ଚ ମଧ୍ୟରେ ତାଙ୍କ ଏହି ପଦକ୍ଷେପକୁ ଏକ ପ୍ରେରଣାଦାୟକ ସନ୍ଦେଶ ଭାବେ ଦେଖାଯାଉଛି। ‘କଲ୍କି ୨’ରେ କମଲ ହାସନ ମୁଖ୍ୟ ଖଲନାୟକ ‘ସୁପ୍ରିମ୍ ଯାସ୍କିନ’ ଭୂମିକାରେ ନଜର ଆସିବେ।