ତୁଷାର କପୁର ନିକଟରେ ‘ଗୋଲମାଲ ୫’ ସମ୍ପର୍କରେ ବଡ଼ ଅପଡେଟ୍ ଶେୟର କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମର ପ୍ରାୟ ୮୦ରୁ ୯୦ ଶତଂଶ ଶୁଟିଂ ସମ୍ପୂର୍ଣ୍ଣ ହୋଇସାରିଛି। ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି କମେଡି ଫ୍ରାଞ୍ଚାଇଜିକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ତୁଷାର କହିଛନ୍ତି ଯେ ସହଅଭିନେତାମାନଙ୍କ ସହ ପୁଣିଥରେ କାମ କରିବା ଏକ ମଜାଦାର ଅନୁଭବ ଥିଲା। ସେ ରୋହିତ ଶେଟ୍ଟିଙ୍କୁ ଅତ୍ୟନ୍ତ ପ୍ରୋଫେସନାଲ ଏବଂ ପରିଶ୍ରମୀ ନିର୍ଦ୍ଦେଶକ ବୋଲି ବର୍ଣ୍ଣନା କରିଛନ୍ତି। ଫିଲ୍ମରେ ଅଜୟ ଦେବଗନ, ଅର୍ଶଦ ୱାରସି, ଶ୍ରେୟସ ତଳପଡେ ଓ ଅକ୍ଷୟ କୁମାର ମଧ୍ୟ ଅଭିନୟ କରୁଛନ୍ତି