ଦେଶର FMCG କମ୍ପାନୀମାନେ ପୁଣିଥରେ ଦାମ ବୃଦ୍ଧି ପାଇଁ ପ୍ରସ୍ତୁତ ହେଉଛନ୍ତି। ସାବୁନ, ଡିଟର୍ଜେଣ୍ଟ, ବିସ୍କୁଟ୍, ପ୍ୟାକେଜ୍‌ ଖାଦ୍ୟ ଓ ପାନୀୟ ପରି ଦୈନିକ ଆବଶ୍ୟକୀୟ ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା। ଇନ୍ଧନ ମୂଲ୍ୟ, ପ୍ୟାକେଜିଂ ଖର୍ଚ୍ଚ ଓ ଆନ୍ତର୍ଜାତୀୟ ଅସ୍ଥିରତାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। Dabur India, Marico, Varun Beverages, Britannia, Tata Consumer Products ଓ Nestlé India ପରି ବଡ଼ କମ୍ପାନୀମାନେ କହିଛନ୍ତି ଯେ, ମହଙ୍ଗାଇର ଚାପରୁ ସେମାନଙ୍କର କାରୋବାର ଓ ମୂଲ୍ୟ ନୀତି ପ୍ରଭାବିତ ହେଉଛି। ଗ୍ରାହକମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ ହେବାର ଆଶଙ୍କା ରହିଛି।