ଭାରତ ପାଇଁ ମାଡି ଆସୁଛି କି କିଛି ମହାବିପଦ ? ସଙ୍କଟ ପୂର୍ବରୁ ସତର୍କତା ଜାରି କରିଲେ ପ୍ରଧାନମନ୍ତ୍ରୀ ।  ସୂଚନା ଅନୁସାରେ ବର୍ତମାନ ର ଆନ୍ତର୍ଜାତୀୟ ଓ ଜାତୀୟ ସ୍ତିତିକୁ ଦେଖି ଅନୁରୋଧ କଲେ । ସୁନା ନ କିଣିବା ଓ ପେଟ୍ରୋଲ ଡିଜେଲ କମ୍ ବ୍ୟବହାର ଲାଗି ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ନେଇ ଏବେ ସମଗ୍ର ଦେଶ ବ୍ୟାପି ଜୋରଦାର ଚର୍ଚ୍ଚା ଚାଲିଛି । 
ବିଶେଷଜ୍ଞମାନଙ୍କ କଥା ଅନୁସାରେ,  ଦେଶରେ ଟଙ୍କାର ସ୍ଥିତି ଦୁର୍ବଳ ହେଉଥିବା ଦେଖି ମୋଦି ଏହି ଅନୁରୋଧ କରିଛନ୍ତି। ତା' ସହ ସୁନା ଓ ତେଲ ଆମଦାନୀରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା ଜିନିଷକୁ ରୋକିବାର ମଧ୍ୟ ମୁଖ୍ୟ ଉଦ୍ଦେଶ୍ୟ।ତେବେ ମୋଦିଙ୍କ ଏହି ବାର୍ତା ର ପ୍ରଭାବ ଏବେ ଗୋଲ୍ଡ ମାର୍କେଟ ଉପରେ ଅଧିକ ପଡ଼ିବ ବୋଲି ଏକ୍ସପର୍ଟ ମାନେ ଆକଳନ କରିଛନ୍ତି ।