ତାମିଳନାଡୁରେ ରାଜନୀତିକ ତଣାପୋଡ଼ ମଧ୍ୟରେ ଡିଏମକେର ବରିଷ୍ଠ ନେତା ଓ ତିରୁଚେନ୍ଦୁର ବିଧାୟକ ଅନିଥା ରାଧାକୃଷ୍ଣନ ବିଜୟ ନେତୃତ୍ୱାଧୀନ ଟିଭିକେ ସରକାର ଉପରେ କଟୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର ଆଉ ଚାରିରୁ ଛଅ ମାସ ଠାରୁ ଅଧିକ ଟିକି ପାରିବ ନାହିଁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ପୁଣି ଶାସନକୁ ଫେରିବେ। ଦକ୍ଷିଣ ତାମିଳନାଡୁରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ଏହି ମତ ପ୍ରକାଶ କରିଥିଲେ। ସେ ଟିଭିକେ ନେତା ଆଧବ ଅର୍ଜୁନଙ୍କୁ ମଧ୍ୟ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ଏହି ବକ୍ତବ୍ୟ ପରେ ରାଜ୍ୟର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।