ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା କ୍ଷେତ୍ରରେ ପୁନଃମତଦାନର ଦୁଇ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗିର ଖାନ ନିର୍ବାଚନ ରଣରୁ ପଛହଟିଛନ୍ତି। ସେ କହିଛନ୍ତି ଯେ ଫାଲ୍ଟାର ଶାନ୍ତି ଓ ଉନ୍ନତିକୁ ଲକ୍ଷ୍ୟ କରି ସେ ଏହି ସିଦ୍ଧାନ୍ତ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀଙ୍କ ପକ୍ଷରୁ ଫାଲ୍ଟା ପାଇଁ ବିଶେଷ ପ୍ୟାକେଜ ଘୋଷଣା ହେବା ପରେ ସେ ପ୍ରତ୍ୟାହାର କରିଥିବା କହିଛନ୍ତି। ଏହି ଆସନରେ ପୂର୍ବ ଭୋଟିଂ ସମୟରେ ଇଭିଏମ ଛେଡ଼ଛାଡ଼ ଓ ଭୋଟର ଭୟଭୀତ କରାଯାଇଥିବା ଅଭିଯୋଗ ଆସିଥିଲା। ନିର୍ବାଚନ ଆୟୋଗ ସମଗ୍ର ଫାଲ୍ଟା କ୍ଷେତ୍ରରେ ପୁନଃମତଦାନ ଘୋଷଣା କରିଥିଲେ। ଟିଏମସି ଏହାକୁ ବ୍ୟକ୍ତିଗତ ସିଦ୍ଧାନ୍ତ ବୋଲି କହିଛି।