ପଶ୍ଚିମବଙ୍ଗ ସରକାର ଧର୍ମ ଆଧାରିତ କଳ୍ୟାଣ ଯୋଜନାକୁ ବନ୍ଦ କରିବାକୁ ବଡ଼ ନୀତିଗତ ସିଦ୍ଧାନ୍ତ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା କ୍ୟାବିନେଟ ବୈଠକରେ ଇମାମ, ମୁଅଜ୍ଜିନ ଓ ମନ୍ଦିର ପୁଜକମାନଙ୍କୁ ଦିଆଯାଉଥିବା ମାସିକ ସରକାରୀ ଭତ୍ତାକୁ ଜୁନ୍ରୁ ବନ୍ଦ କରାଯିବ ବୋଲି ଘୋଷଣା ହୋଇଛି। ପୂର୍ବତନ ତୃଣମୂଳ କଂଗ୍ରେସ ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଧର୍ମଗୁରୁମାନଙ୍କ ପାଇଁ ଏହି ସହାୟତା ଯୋଜନା ଆରମ୍ଭ କରିଥିଲେ। ନୂତନ ସରକାର କହିଛନ୍ତି ଯେ ସରକାରୀ କଳ୍ୟାଣ ଯୋଜନା ଧର୍ମ ଆଧାରରେ ହେବା ଉଚିତ୍ ନୁହେଁ। ଏହି ସିଦ୍ଧାନ୍ତ ପରେ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି।