ଚୀନ ଏବଂ ପାକିସ୍ତାନଙ୍କ ନୂତନ ଯୁକ୍ତ ବିବୃତିରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ପୁନର୍ବାର ଉଠାଯାଇଛି। ବିବୃତିରେ ଚୀନ କାଶ୍ମୀରକୁ “ଇତିହାସରୁ ଅବଶିଷ୍ଟ ସମସ୍ୟା” ବୋଲି ବର୍ଣ୍ଣନା କରିଥିବା ସହ ଏହାକୁ ଜାତିସଂଘ ସଂବିଧାନ ଏବଂ UNSC ପ୍ରସ୍ତାବ ଅନୁସାରେ ସମାଧାନ କରିବାକୁ କହିଛି। ପାକିସ୍ତାନ ପକ୍ଷରୁ କାଶ୍ମୀରର ସମ୍ପ୍ରତିକ ପରିସ୍ଥିତି ବିଷୟରେ ଚୀନକୁ ଅବଗତ କରାଯାଇଥିଲା। ଏହାକୁ ଭାରତ ବିରୋଧୀ କୂଟନୀତିକ ପଦକ୍ଷେପ ଭାବେ ଦେଖାଯାଉଛି। ଭାରତ ସଦା କାଶ୍ମୀରକୁ ନିଜର ଅଖଣ୍ଡ ଅଂଶ ବୋଲି ମାନିଆସିଛି ଏବଂ ତୃତୀୟ ପକ୍ଷ ହସ୍ତକ୍ଷେପକୁ ସଂପୂର୍ଣ୍ଣ ଅସ୍ୱୀକାର କରିଛି। ଏହି ଯୁକ୍ତ ବିବୃତି ଦକ୍ଷିଣ ଏସିଆର ରାଜନୈତିକ ପରିସ୍ଥିତିକୁ ପୁନର୍ବାର ଚର୍ଚ୍ଚାରେ ଆଣିଛି