ନରୱେ ଦୌରା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇଥିବା ଅଭିଯୋଗକୁ କେନ୍ଦ୍ର କରି ନୂଆ ବିବାଦ ଆରମ୍ଭ ହୋଇଛି। ଓସ୍ଲୋରେ ନରୱେର ପ୍ରଧାନମନ୍ରୀ Jonas Gahr Støre ସହ ସଂଯୁକ୍ତ ସାମ୍ବାଦିକ ସମ୍ମେଳନ ପରେ ସାମ୍ବାଦିକ Helle Lyng ପଚାରିଥିଲେ, “ବିଶ୍ୱର ସବୁଠାରୁ ସ୍ୱାଧୀନ ପ୍ରେସର ପ୍ରଶ୍ନ ଆପଣ କାହିଁକି ନେଉନାହାନ୍ତି?” ମୋଦି କୌଣସି ଉତ୍ତର ନଦେଇ ସେଠାରୁ ବାହାରିଯାଇଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ବିପକ୍ଷ ନେତା Rahul Gandhi ମଧ୍ୟ ସରକାରକୁ ଆକ୍ରମଣ କରିଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତର ଲୋକତନ୍ତ୍ର ଓ ପ୍ରେସ ସ୍ୱାଧୀନତାକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର ହେଉଛି।