ଉକ୍ରେନ୍ ଓ ବାଲ୍ଟିକ୍ ଅଞ୍ଚଳରେ ତଣାଟଣି ବଢ଼ିବା ସହିତ ରୁଷିଆ ବିଶାଳ ପରମାଣୁ ସାମରିକ ଅଭ୍ୟାସ କରିଛି। ୬୪,୦୦୦ ସେନାଙ୍କୁ ନେଇ ହୋଇଥିବା ଏହି ଅଭ୍ୟାସରେ Yars intercontinental ballistic missile ଓ Zircon hypersonic missile ପରୀକ୍ଷା କରାଯାଇଛି। କିଛି ୟୁନିଟ୍କୁ ପରମାଣୁ ମୁନିସନ୍ ମଧ୍ୟ ପ୍ରଦାନ କରାଯାଇଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ପରମାଣୁ ଅସ୍ତ୍ର ବ୍ୟବହାର ‘ଶେଷ ପର୍ଯ୍ୟାୟରେ’ ମାତ୍ର କରାଯିବ। ବେଲାରୁସ୍ର ରାଷ୍ଟ୍ରପତି ଲୁକାଶେଙ୍କୋ ଓ ରୁଷିଆର ପ୍ରତିରକ୍ଷାମନ୍ତ୍ରୀ ବେଲୋଉସୋଭ୍ ମଧ୍ୟ ଏହି ଅଭ୍ୟାସରେ ଉପସ୍ଥିତ ଥିଲେ। NATO ସହିତ ବଢ଼ୁଥିବା ତଣାଟଣି, ଉକ୍ରେନ୍ର ଯୁଦ୍ଧ ଓ ବାଲ୍ଟିକ୍ରେ ଡ୍ରୋନ୍ କାର୍ଯ୍ୟକଳାପକୁ ନେଇ ଏହି ପରମାଣୁ ଅଭ୍ୟାସକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି