ମାର୍ଚ୍ଚ ୨୮ ତାରିଖରେ ମ୍ୟାନମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୭.୭ ମାଗ୍ନିଟ୍ୟୁଡ୍ ଥିଲା। ଏହି ଭୂମିକମ୍ପ ମ୍ୟାନମାରର ମାଣ୍ଡାଲେ ଅଞ୍ଚଳ ନିକଟରେ ଘଟିଥିଲା, ଯେଉଁଠାରେ ଅତ୍ୟଧିକ କ୍ଷତି ସୃଷ୍ଟି ହୋଇଛି। ମ୍ୟାନମାରରେ ୧,୦୦୨ ରୁ ଅଧିକ ଲୋକ ମୃତ୍ୟୁ ହୋଇଥିଲେ, ଏବଂ ୨,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଗୃହ ଏବଂ ସ୍କୁଲ୍ ଧ୍ୱଂସ ହୋଇଗଲା, ଏବଂ ଅନେକ ଲୋକ ଗୃହହୀନ ହୋଇ ପଡ଼ିଛନ୍ତି ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌ରେ ଏହି ଭୂମିକମ୍ପ ଭୟଙ୍କର ପ୍ରଭାବ ପକାଇଥିଲା। ଏକ ବିଶାଳ ଉଚ୍ଚ ଭବନ ଧ୍ୱଂସ ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୧ ଜଣ ନିଖୋଜ ଅଛନ୍ତି। ଅନେକ ରାସ୍ତା, ସେତୁ ଏବଂ ବିଦ୍ୟୁତ ବ୍ୟବସ୍ଥା ଧ୍ୱଂସ ହୋଇଯାଇଛି, ଯାହା ଯାତାୟାତ ଏବଂ ଦୈନିକ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହି ଭୂମିକମ୍ପର ତୀବ୍ରତା ଭାରତ ଏବଂ ଚୀନ୍‌ର କିଛି ଅଞ୍ଚଳରେ ମଧ୍ୟ ଅନୁଭବ କରାଯାଇଛି, ଯେଉଁଠାରେ ହଳୁକ କ୍ଷତି ଓ ଗୃହ ଧ୍ୱଂସ ରିପୋର୍ଟ ହୋଇଛି। ଉଦ୍ଧାର କାର୍ଯ୍ୟ ଶୀଘ୍ର ଚାଲିଛି, କିନ୍ତୁ ଅପାତକାଳୀନ ସହଯୋଗ ଆବଶ୍ୟକ। ଆନ୍ତର୍ଜାତୀୟ ସମୁଦାୟ ଏହି ଦୁର୍ଘଟନା ପ୍ରଭାବିତ ଅଞ୍ଚଳମାନଙ୍କୁ ସହଯୋଗ ପ୍ରଦାନ କରିବାକୁ ଆଗେଇଆସିଛି। ଉଦ୍ଧାର ଦଳମାନେ ନିଖୋଜ ଲୋକମାନଙ୍କୁ ଖୋଜିବା, ଆହତମାନଙ୍କୁ ଚିକିତ୍ସା ସହଯୋଗ ଦେବା ଏବଂ ପ୍ରଭାବିତ ଅଞ୍ଚଳମାନଙ୍କୁ ଆଶ୍ରୟ ଏବଂ ଖାଦ୍ୟ ପ୍ରଦାନ କରିବାରେ ଲାଗିଛନ୍ତି। ଏହି ଭୂମିକମ୍ପ ଦୁର୍ଘଟନାରୁ ଆମେ ସମସ୍ତେ ଏକ ଶିଖ୍ୟା ନେବା ଉଚିତ, ଯେଉଁଥିରେ ଦୁର୍ଘଟନା ପ୍ରତିରୋଧ ଏବଂ ତତ୍ପରତା ଆବଶ୍ୟକ।