ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାକର ନୂତନ ପ୍ରଧାନମନ୍ତ୍ରୀ Ali Falih Kadhim al-Zaidiଙ୍କୁ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଓ ଇରାକ ମଧ୍ୟରେ ଦୀର୍ଘଦିନର ମୈତ୍ରୀପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଏହାକୁ ଆହୁରି ସୁଦୃଢ କରିବା ପାଇଁ ଭାରତ ପ୍ରତିବଦ୍ଧ। ସେ ଆହୁରି କହିଛନ୍ତି ଯେ, ଉଭୟ ଦେଶର ସାମୂହିକ ଉନ୍ନତି ଓ ସମୃଦ୍ଧି ପାଇଁ ଏକାସାଥିରେ କାମ କରିବାକୁ ସେ ଆଶାବାଦୀ। ଅଲ-ଜାଇଦି ସମ୍ପ୍ରତି ଇରାକର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।