ୟୁକ୍ରେନ-ରୁଷ ଯୁଦ୍ଧ ଶେଷ କରିବା ଲକ୍ଷ୍ୟରେ ଆମେରିକାର ଶାନ୍ତି ଦୂତ ଜାରେଡ୍ କୁଶନର୍ ଏବଂ ଷ୍ଟିଭ୍ ୱିଟକଫ୍ ପ୍ରଥମଥର ପାଇଁ ୟୁକ୍ରେନର ରାଜଧାନୀ କିଏଭ୍ ଗସ୍ତ କରି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି। କିଏଭ୍ ଗସ୍ତ ପୂର୍ବରୁ ଉଭୟ ଦୂତ ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ପ୍ରାୟ ତିନି ଘଣ୍ଟା ଧରି ବୈଠକ କରିଥିଲେ। ତେବେ ସେହି ଆଲୋଚନାରେ କୌଣସି ବଡ଼ ସଫଳତା ମିଳିନଥିବା ଜଣାପଡ଼ିଛି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଶାନ୍ତି ସ୍ଥାପନ ପାଇଁ ନିଜସ୍ୱ ପ୍ରସ୍ତାବ ପ୍ରସ୍ତୁତ କରିଛି ଏବଂ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛି। ଏପରିକି କ୍ରେମଲିନ୍ ପକ୍ଷରୁ କିଛି ଦିନ ପାଇଁ ଆକ୍ରମଣ ବିରତି ସଙ୍କେତ ଦିଆଯାଇଛି। ଦୀର୍ଘ ସାଢେ ଚାରି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧର ଅନ୍ତ ପାଇଁ ନୂଆ କୂଟନୈତିକ ପ୍ରୟାସ ଆରମ୍ଭ ହୋଇଥିବାବେଳେ କିଏଭ୍ର ସାଧାରଣ ଲୋକ ମଧ୍ୟ ସତର୍କ ଆଶାବାଦ ପ୍ରକାଶ କରିଛନ୍ତି।