ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ ୧୦ ମେରେ ବେଇଜିଙ୍ଗରେ ଆଲୋଚନା କରିବେ । ଏହା ଟ୍ରମ୍ପଙ୍କ 2017 ପରେ ପ୍ରଥମ ଚୀନ୍ ଯାତ୍ରା ହେବ । ଆଲୋଚନାରେ ଇରାନ୍, ତାଇୱାନ୍, କୃତ୍ରିମ ବୁଦ୍ଧିମତା, ପରମାଣୁ ଅସ୍ତ୍ର ଓ ବ୍ୟାପାରିକ ସମ୍ମତି ପ୍ରମୁଖ ବିଷୟ ଉଠିବ । ବିମାନ, କୃଷି, ବ୍ୟାପାର ଓ ରେୟାର୍ ଅର୍ଥ୍ ମିନେରାଲ୍ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଦୁଇ ଦେଶର ମଧ୍ୟରେ ତଣାତଣିକୁ କମାଇବା ଓ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି