ବିଶ୍ୱ ଅର୍ଥନୀତିରେ ଚୀନର ପ୍ରଭାବ ଦିନକୁ ଦିନ ବଢ଼ୁଥିବାବେଳେ, ଏବେ ତାହାର ଅର୍ଥନୈତିକ ଶକ୍ତି ଆମେରିକାକୁ ସମକକ୍ଷ ଟକ୍କର ଦେଉଛି ବୋଲି ଆନ୍ତର୍ଜାତୀୟ ଅର୍ଥନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚୀନର ଉତ୍ପାଦନ କ୍ଷମତା, ରପ୍ତାନି ବୃଦ୍ଧି, ପ୍ରଯୁକ୍ତି ନିବେଶ ଓ ଗ୍ଲୋବାଲ୍ ବ୍ୟାପାରରେ ତାହାର ଆକ୍ରମକ ରଣନୀତି ଦେଶକୁ ବିଶ୍ୱ ଅର୍ଥନୀତିର ମୁଖ୍ୟ କେନ୍ଦ୍ରରେ ପହଞ୍ଚାଇଛି। ବିଶେଷକରି ଇଲେକ୍ଟ୍ରିକ ଭେହିକଲ୍, AI ଓ ଇନ୍‌ଫ୍ରାଷ୍ଟ୍ରକ୍ଚର ଖାତରେ ଚୀନର ଦ୍ରୁତ ଅଗ୍ରଗତି ଆମେରିକା ପାଇଁ ଚ୍ୟାଲେଞ୍ଜ ହେଉଛି। ଏହା ସହ ବିଶ୍ୱ ରାଜନୀତି ଓ ବ୍ୟାପାରରେ ଚୀନର ପ୍ରଭାବ ଆଗାମୀ ଦିନରେ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।