ଇରାନୀ ସାମରିକ ବିମାନକୁ ନିଜ ଏୟାରବେସରେ ରଖିଥିବା ଅଭିଯୋଗ ପରେ ୱାଶିଙ୍ଗଟନରେ ଚିନ୍ତା ବଢ଼ିଛି। CBS News ର ଏକ ରିପୋର୍ଟ ଅନୁସାରେ, ଇରାନର କିଛି ସାମରିକ ବିମାନ ପାକିସ୍ତାନର ନୁର ଖାନ ଏୟାରବେସରେ ରଖାଯାଇଥିଲା, ଯାହାକୁ ଆମେରିକୀୟ ଆକ୍ରମଣରୁ ସୁରକ୍ଷା ପାଇଁ ପଦକ୍ଷେପ ବୋଲି ଦେଖାଯାଉଛି। ଏହି ଘଟଣା ପରେ ପାକିସ୍ତାନର “ଦୁଇ ପକ୍ଷ ସହ ସମ୍ପର୍କ ରଖିବା” ନୀତି ଉପରେ ପ୍ରଶ୍ନ ଉଠିଛି। ତେବେ ପାକିସ୍ତାନ ସରକାର ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି ଓ ଏହାକୁ “ଭ୍ରାନ୍ତିକର ରିପୋର୍ଟ” ବୋଲି କହିଛି।