ନରେନ୍ଦ୍ର ମୋଦି ଙ୍କୁ ସ୍ୱିଡେନ ସରକାର ପକ୍ଷରୁ ‘ରୋୟାଲ୍ ଅର୍ଡର ଅଫ୍ ପୋଲାର ଷ୍ଟାର, କମାଣ୍ଡର ଗ୍ରାଣ୍ଡ କ୍ରସ୍’ ସମ୍ମାନ ପ୍ରଦାନ କରାଯାଇଛି। ଏହା ସ୍ୱିଡେନର ପକ୍ଷରୁ ଏକ ମୁଖ୍ୟ ସରକାର ପ୍ରମୁଖଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ। ଏହି ସମ୍ମାନ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆନ୍ତର୍ଜାତୀୟ ସମ୍ମାନ ସଂଖ୍ୟା ୩୧ରେ ପହଞ୍ଚିଛି। ସ୍ୱିଡେନର କ୍ରାଉନ୍ ପ୍ରିନ୍ସେସ୍ ଭିକ୍ଟୋରିଆ ଏହି ସମ୍ମାନ ପ୍ରଦାନ କରିଥିଲେ। ଭାରତ-ସ୍ୱିଡେନ ସମ୍ପର୍କ ସୁଦୃଢ କରିବା, ବ୍ୟବସାୟ, ଗ୍ରୀନ୍ ଟେକ୍ନୋଲୋଜି, ନବୀନତା ଓ ଦ୍ୱିପକ୍ଷୀୟ ସହଯୋଗକୁ ଆଗେଇ ନେବାରେ ମୋଦୀଙ୍କ ଅବଦାନକୁ ମାନ୍ୟତା ଦେଇ ଏହି ସମ୍ମାନ ଦିଆଯାଇଛି। ୧୭୪୮ରେ ଆରମ୍ଭ ହୋଇଥିବା ଏହି ସମ୍ମାନ ସ୍ୱିଡେନର ଗୁରୁତ୍ୱପୂର୍ଣ୍ଣ ପୁରସ୍କାରମାନଙ୍କ ମଧ୍ୟରୁ ଗୋଟିଏ।