ଯୁକ୍ତରାଷ୍ଟ୍ର ନ୍ୟାୟ ବିଭାଗ ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ ଭାଣଜା ସାଗର ଆଦାନୀଙ୍କ ବିରୋଧରେ ସମସ୍ତ ଆପରାଧିକ ଅଭିଯୋଗକୁ ସ୍ଥାୟୀଭାବରେ ହଟାଇଦେଇଛି। ସିକ୍ୟୁରିଟିଜ୍ ଓ ଫ୍ରଡ୍ ମାମଲାରେ ଅଭିଯୋଗ ସାବ୍ୟସ୍ତ କରିବାର ପ୍ରମାଣ ନଥିବାରୁ ଏହି ସିଦ୍ଧାନ୍ତ ନିଆଗଲା। US SEC ସୋଲାର୍ ପ୍ରକଳ୍ପ ସମ୍ବନ୍ଧୀୟ ସିଭିଲ୍ ଅଭିଯୋଗରେ ଗୌତମ ଆଦାନୀ $6 ମିଲିୟନ୍ ଓ ସାଗର ଆଦାନୀ $12 ମିଲିୟନ୍ ଦେବାକୁ ସମ୍ମତି ଦେଇଥିଲେ। US Treasury OFAC ଇରାନ୍ରୁ LPG ଆମଦାନିରେ ନିୟମ ଉଲ୍ଲଂଘନ ମାମଲାରେ Adani Group $275 ମିଲିୟନ୍ ଦେଇ ସମାଧାନ କରିଥିଲା। Eastern District of New Yorkର ପ୍ରୋସିକ୍ୟୁଟର୍ମାନେ ସମସ୍ତ ଅଭିଯୋଗକୁ ‘with prejudice’ ଭାବରେ ବାତିଲ୍ କରିବାକୁ ଅନୁରୋଧ କରିଛନ୍ତି