ଭାରତର AI ଆଧାରିତ ସ୍ୱୟଂଚାଳିତ ଯୁଦ୍ଧ ବିମାନ ‘କାଳ ଭୈରବ’ ପ୍ରଥମଥର ପାଇଁ ଇଉରୋପରେ ନିର୍ମାଣ ହେବାକୁ ଯାଉଛି। ବେଙ୍ଗାଲୁରୁ ଭିତ୍ତିକ Flying Wedge Defence & Aerospace (FWDA) ପର୍ତ୍ତୁଗାଲର SKETCHPIXEL LDA ସହ ଏହି ଚୁକ୍ତି କରିଛି। ଏହା ଭାରତୀୟ ରକ୍ଷା ପ୍ରଯୁକ୍ତି ଖାତିରେ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ‘କାଳ ଭୈରବ’ ଏକ MALE ଶ୍ରେଣୀର ଯୁଦ୍ଧ ବିମାନ ଯାହା ୩୦ ଘଣ୍ଟାରୁ ଅଧିକ ସମୟ ଉଡ଼ିପାରିବ ଓ ୩,୦୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ରଖେ। ଏଥିରେ AI ଆଧାରିତ ଟାର୍ଗେଟ ଚିହ୍ନଟ, ସ୍ୱାର୍ମ କୋଓର୍ଡିନେସନ ଓ ସୁରକ୍ଷିତ କମ୍ୟୁନିକେସନ ସିଷ୍ଟମ ରହିଛି। ଏହି ପଦକ୍ଷେପ ଭାରତୀୟ ରକ୍ଷା ଉତ୍ପାଦନକୁ ବିଶ୍ୱ ମଞ୍ଚରେ ନୂତନ ପରିଚୟ ଦେବ।