ଭାରତୀୟ ରୁପି ଆମେରିକୀୟ ଡଲାର ବିପରୀତ ୯୨.୨୧ରେ ପହଞ୍ଚି, ନୂତନ ତଳସୀମାକୁ ସ୍ପର୍ଶ କରିଛି। ବିଶ୍ୱବ୍ୟାପୀ କ୍ରୁଡ୍ ତେଲ ମୂଲ୍ୟ ୧୨୦ ଡଲାର ପ୍ରତି ବ୍ୟାରେଲ୍‌କୁ ବୃଦ୍ଧି ପାଇଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ମଧ୍ୟପ୍ରାଚ୍ୟରେ ଯୁକ୍ତରାଷ୍ଟ୍ର, ଇସ୍ରାଏଲ୍ ଓ ଇରାନ୍‌ର ତଣାତଣିରେ ବଜାରରେ ଅସ୍ଥିରତା ବଢ଼ିଛି। ଭାରତ ୮୫% କ୍ରୁଡ୍ ତେଲ ଆମଦାନି କରୁଥିବାରୁ ଏହାର ପ୍ରଭାବ ସିଧାସଳଖ ଅର୍ଥନୀତିରେ ପଡ଼ିଛି। ସେନ୍ସେକ୍ସ ୧,୩୫୨.୭୪ ପଏଣ୍ଟ କମି ୭୫,୫୬୬.୧୬ରେ ବନ୍ଦ ହୋଇଛି, ନିଫ୍ଟି ୪୨୨.୪୦ ପଏଣ୍ଟ କମି ୨୪,୦୦୮.୦୫ରେ ପହଞ୍ଚିଛି।