ପହେଲଗାମ, ଜମ୍ମୁ କଶ୍ମୀର – ଏପ୍ରିଲ ୨୨, ୨୦୨୫ ର ଦିନ, ପହେଲଗାମର ବୈସାରନ୍ ମେଡୋ ଠାରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହେଇଛି । ଏହି ଆକ୍ରମଣରେ ୨୮ ଜଣ ମୃତ୍ୟୁ ବରଣ କରିଛନ୍ତି, ଯାହାମଧ୍ୟରୁ ୨୪ ଜଣ ଭାରତୀୟ ପର୍ଯ୍ୟଟକ, ଜନେ ନେପାଳ ଓ ଜନେ UAE ର ନାଗରିକ ଏବଂ ୨ ଜଣ ସ୍ଥାନୀୟ ଥିଲେ । ଏହି ଆକ୍ରମଣ ୨:୩୦ ବେଳେ ଘଟିଥିଲା, ଯେଉଁବେଳେ ଅନେକ ପର୍ଯ୍ୟଟକ ବିନୋଦ ନିମନ୍ତେ ସେଠାରେ ଥିଲେ । The Resistance Front (TRF) ନାମକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ଭାରତ ସରକାର କଶ୍ମୀରର ଜନସଂଖ୍ୟା ଗଠନକୁ ବଦଳାଇ ଦେଉଛନ୍ତି । ଏହା ପରେ ଭାରତ ସରକାର ଉପର ନିନ୍ଦା ବର୍ଷା କରିଛନ୍ତି ଏବଂ ଆକ୍ରମଣକାରୀଙ୍କ ବିରୋଧରେ ବୃହତ୍ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୌଦି ଯାତ୍ରା ମଧ୍ୟରୁ ଫେରି ଆସିଛନ୍ତି ଏବଂ ଜରୁରୀ ସୁରକ୍ଷା ବୈଠକ ଆହ୍ୱାନ କରିଛନ୍ତି । ଏହି ଆକ୍ରମଣ ପରେ ଦେଶରେ ଶୋକର ଛାୟା ଅଛି, ଅନେକ ଦେଶ ଏହାକୁ ନିନ୍ଦା କରିଛନ୍ତି ଓ ଭାରତ ସହ ଏକତା ପ୍ରକାଶ କରିଛନ୍ତି ।