ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ନେଟୱର୍କ ମେସେଜିଂ ଆପ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଖବର ମିଳିଛି। Blackberry Messenger (BBM), Element, Threema ପରି ଆପ୍‌ ମାଧ୍ୟମରେ ସେମାନେ ସଂଯୋଗ ଓ ସମନ୍ୱୟ କରୁଥିଲେ। ଲଶ୍କର-ଇ-ତୋଇବାର ଜଣେ ଆତଙ୍କବାଦୀଙ୍କୁ ପଚରାପଚରି ସମୟରେ ଏହି ସୂଚନା ମିଳିଛି। 2023 ମେରେ କେନ୍ଦ୍ର ସରକାର ଗୃହମନ୍ତ୍ରଣାଳୟର ସୁପାରିଶରେ 14ଟି ମେସେଜିଂ ଆପ୍‌କୁ ବ୍ୟାନ୍ କରିଥିଲା। Element ପରି ଆପ୍‌ decentralized protocol (Matrix) ଉପରେ ନିର୍ମିତ ହେବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର। VPN ବ୍ୟବହାର କରି ସେମାନେ ଗୋପନୀୟତା ରଖୁଥିଲେ। ପୋଲିସ ଓ ସୁରକ୍ଷା ଏଜେନ୍ସିମାନେ ଏହି ନେଟୱର୍କକୁ ଧ୍ୱଂସ କରିବା ପାଇଁ ତଦନ୍ତ ଜାରି ରଖିଛନ୍ତି।