ପୂର୍ବତନ ମୋଡେଲ୍ ଓ ଅଭିନେତ୍ରୀ ଟ୍ୱିଶା ଶର୍ମାଙ୍କ ଦହେଜ ମୃତ୍ୟୁ ମାମଲା ଏବେ ମଧ୍ୟପ୍ରଦେଶ ହାଇକୋର୍ଟକୁ ପହଞ୍ଚିଛି । ଟ୍ୱିଶାଙ୍କ ପତି ସମର୍ଥ ସିଂହ, ଯିଏ FIR ପରେ ପଳାତକ, ଅଗ୍ରିମ ଜାମିନ ପାଇଁ ଆବେଦନ କରିଛନ୍ତି । ଅନ୍ୟପଟେ, ଟ୍ୱିଶାଙ୍କ ପରିବାର ସମର୍ଥଙ୍କ ମା’ ଗିରିବାଲା ସିଂହଙ୍କୁ ଦିଆଯାଇଥିବା ଅଗ୍ରିମ ଜାମିନକୁ ଚ୍ୟାଲେଞ୍ଜ କରିଛନ୍ତି । ସେ, ପୂର୍ବତନ ଜିଲ୍ଲା ଓ ସେସନ୍ସ ନ୍ୟାୟାଧୀଶ ଏବଂ ବର୍ତ୍ତମାନ ଭୋପାଳ କନ୍ସ୍ୟୁମର୍ କୋର୍ଟର ଅଧ୍ୟକ୍ଷ । ଟ୍ୱିଶାଙ୍କ ପରିବାରର ଆଇନଜୀବୀ ଅଙ୍କୁର ପାଣ୍ଡେ କହିଛନ୍ତି, ନିମ୍ନ ଅଦାଲତ ପ୍ରମାଣକୁ ଅନଦେଖା କରିଛି ଏବଂ ଭାରତୀୟ ସକ୍ଷ୍ୟ ଅଧିନିୟମ ୨୦୨୩ର ଧାରା ୧୧୮କୁ ଲାଗୁ କରିନାହିଁ, ଯେଉଁଥିରେ ବିବାହ ପରେ ୭ ବର୍ଷ ମଧ୍ୟରେ ଅସ୍ୱାଭାବିକ ମୃତ୍ୟୁ ହେଲେ ଦହେଜ ମୃତ୍ୟୁ ଧାରଣା କରାଯାଏ । ସମର୍ଥଙ୍କ ଆବେଦନ ଶୁକ୍ରବାର ଓ ପରିବାରର ଆବେଦନ ସୋମବାର ଶୁଣାଣି ହେବ