ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ବାରସୁର ଅଞ୍ଚଳରେ ଚାଲିଥିବା ଅପରେସନ୍ ବେଳେ ବହୁ ପରିମାଣର ନକ୍ସଲ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏଥିରେ ଆଇଇଡି (IED), ରାଇଫଲ, ବିଦ୍ୟୁତ୍ ଡିଟୋନେଟର ଏବଂ ବିଭିନ୍ନ ନକ୍ସଲ ସାମଗ୍ରୀ ସାମିଲ ରହିଛି। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ଏହି ବିସ୍ଫୋରକଗୁଡ଼ିକୁ ନଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୧୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତ ନକ୍ସଲ ମୁକ୍ତ ହୋଇଥିବା ନେଇ ଦାବି କରିଥିଲେ। ମାତ୍ର, ଏହି ଘଟଣା ସରକାରଙ୍କ ଦାବିକୁ ପୁଣି ଥରେ ପ୍ରଶ୍ନ ଘେରକୁ ଆଣିଛି। ଏହି ସଫଳ ଅପରେସନ୍ ସୁରକ୍ଷା ବାହିନୀର ସତର୍କତାକୁ ପ୍ରମାଣିତ କରୁଛି।