ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପୁଣିଥରେ ବୃଦ୍ଧି ପାଇଛି। ମଙ୍ଗଳବାର ତୈଳ ବିପଣନ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦରକୁ ପ୍ରାୟ ୯୦ ପଇସା ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଗତ ସପ୍ତାହରେ ୩ ଟଙ୍କା ବୃଦ୍ଧି ପରେ ଏହା ଦ୍ୱିତୀୟ ଥର ପାଇଁ ଦର ବୃଦ୍ଧି ହେଲା। ନୂଆ ଦର ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ଦର ୯୮.୬୪ ଟଙ୍କା ଓ ଡିଜେଲ ୯୧.୫୮ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି। ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମଧ୍ୟ ଦର ବଢ଼ିଛି। ବିଶ୍ୱ ବଜାରରେ କଚା ତୈଳ ଦର ବୃଦ୍ଧି ଓ ପଶ୍ଚିମ ଏସିଆ ସଙ୍କଟକୁ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହି ଦର ବୃଦ୍ଧିରେ ପରିବହନ ଖର୍ଚ୍ଚ ବଢ଼ି ସାଧାରଣ ଲୋକଙ୍କ ଉପରେ ମହଙ୍ଗାମିର ଭାର ଆହୁରି ବଢ଼ିବ।