ନିର୍ବାଚନ କମିଶନର ମୁଖ୍ୟ ନିର୍ବାଚନ କମିଶନର (CEC) ଓ ଅନ୍ୟ ନିର୍ବାଚନ କମିଶନର (EC) ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ନେଇ ସୁପ୍ରିମକୋର୍ଟରେ ବିଭାଜିତ ରାୟ ଆସିଛି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାରେ ଭିନ୍ନ ମତ ଦେଇଛନ୍ତି।  ୨୦୨୩ର ଆଇନରେ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଥିବା ଚୟନ କମିଟିରୁ ଭାରତର ମୁଖ୍ୟ ବିଚାରପତି (CJI)ଙ୍କୁ ବାଦ ଦେଇ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଏହି ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ନେଇ ଆବେଦନ ହୋଇଥିଲା।  ଜଷ୍ଟିସ୍ ଦତ୍ତ ବୃହତ୍ତର ଖଣ୍ଡପୀଠକୁ ମାମଲା ପଠାଇବା ଆବଶ୍ୟକ ନୁହେଁ ବୋଲି ମତ ଦେଇଥିବାବେଳେ, ଜଷ୍ଟିସ୍ ଶର୍ମା ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ପକ୍ଷରେ ମତ ଦେଇଛନ୍ତି। ଏବେ ମାମଲା CJIଙ୍କ ବିଚାର ପାଇଁ ରହିଛି।