ଭୋପାଳର ଟ୍ୱିଶା ଶର୍ମା ଦହେଜ ମୃତ୍ୟୁ ମାମଲାକୁ ନେଇ ପୂର୍ବତନ IPS ଅଧିକାରୀ Kiran Bedi ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ଚାରିଟି ବଡ଼ ବିଫଳତା ଦେଖାଯାଇଛି। ପ୍ରଥମେ ପୁଲିସ ତୁରନ୍ତ FIR ରଜିଷ୍ଟର କରିନଥିଲା। ଦ୍ୱିତୀୟତଃ ପତି ଓ ଶ୍ୱଶୁରଘର ଲୋକଙ୍କୁ ଶୀଘ୍ର ପଚରାଉଚରା କରାଯାଇନଥିଲା। ତୃତୀୟତଃ ପରିବାର ପକ୍ଷରୁ ମଧ୍ୟ ଆଗରୁ ମିଳୁଥିବା ଅତ୍ୟାଚାରର ସଙ୍କେତକୁ ଗୁରୁତ୍ୱ ଦିଆଯାଇନଥିଲା। ଚତୁର୍ଥତଃ ଟ୍ୱିଶା ନିଜେ ମଧ୍ୟ ଅତ୍ୟାଚାର ସହି ଚୁପ୍ ରହିଥିବାକୁ ବେଦୀ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ଦହେଜ ଉତ୍ପୀଡନ ଓ ସନ୍ଦିଗ୍ଧ ମୃତ୍ୟୁ ନେଇ SIT ତଦନ୍ତ ଜାରି ରହିଛି